ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଶନିବାର ଆଖଡା ଶାଳା ଅନୁଷ୍ଠିତ ହୋଇଯାଇଛି | ଶନିବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ମହାରାଜ କଂସଙ୍କ ତପସ୍ୟାରେ ପ୍ରସନ୍ନ ହୋଇଛନ୍ତି ଭଗବାନ ଶିବ | ସେହି ସମୟରେ ମହାରାଜ କଂସ ଦେବ ଦେବ ମହାଦେବଙ୍କୁ ରୁଦ୍ରଶୂଳ ମାଗିଥିବା ଦୃଶ୍ୟର ପୂର୍ବ ଅଭ୍ୟାସ କରାଯାଇଛି | ଚଳିତ ବର୍ଷ ନୂତନ କଳାକାର ମାନେ ରହିଥିବା ବେଳେ ପୂର୍ବତନ କଂସ ମହାରାଜ ଭୁବନେଶ୍ୱର ପ୍ରଧାନ କଳାକାର ମାନଙ୍କୁ ନିର୍ଦ୍ଦେଶନା ।ଦେଉଥିବା ବେଳେ ଚଳିତ ବର୍ଷ କଳାକାର ମାନେ ନିଜ ନିଖୁଣ ଅଭିନୟ ଦର୍ଶକ ମାନଙ୍କୁ ଦେଖାଇବେ ବୋଲି ଜଣାଇଛନ୍ତି ।