ରାଜସ୍ବ ନୀରିକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ l ରାଜସ୍ବ ନିରୀକ୍ଷକଙ୍କୁ ପଢେଇବା ବେଳେ ସରକାରୀ ଜମି ଜବର ଦଖଲ ନେଇ ଉଦବେଗ ପ୍ରକାଶ କରିବା ସହ କଥା ଛଳରେ ମନ୍ତ୍ରୀ କହିଲେ ଆର ଆଈଙ୍କ ଅଜାଣତରେ ହୁଏନି l ବେଆଇନ ଜମି ଜବର ଦଖଲ ରୋକିବା ଗୁରୁ ଦାୟିତ୍ବ ତହସିଲଦାରଙ୍କ ଅପେକ୍ଷା ରାଜସ୍ବ ନୀରିକ୍ଷକଙ୍କର ରହିଛି l ଆଜି ଦିନ 11ଟା 45 ମିନିଟ ସମୟରେ କୋରାପୁଟ ଜିଲ୍ଲା ଜୟପୁର ଠାରେ ରାଜସ୍ବ ନିରୀକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଉଦ୍ଘାଟନ ଉତ୍ସବରେ ଯୋଗ ଦେଇ ଶ୍ରୀ ପୂଜାରି ନବ ନିଯୁକ୍ତ ଆର ଆଇଙ୍କୁ ପଢ଼ାଉଥିଲେ l