କୋଟପାଡ: ଧଳପୁର ଫରେଷ୍ଟ ଡ଼ାକ ବଙ୍ଗଳା ଠାରେ ଜୟପୁର କେନ୍ଦୁପତ୍ର ବନଖଣ୍ଡ ପକ୍ଷରୁ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ
Kotpad, Koraput | Nov 25, 2025 ବୈପାରିଗୁଡାର ଧଳପୁର ଫରେଷ୍ଟ ଡ଼ାକ ବଙ୍ଗଳା ଠାରେ ଜୟପୁର କେନ୍ଦୁପତ୍ର ବନଖଣ୍ଡ ପକ୍ଷରୁ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ରଥ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଜୟପୁର କେନ୍ଦୁପତ୍ର ବନଖଣ୍ଡ ବନାଞ୍ଚଳ ଅଧିକାରୀ ଏ. ଉମା ମହେଶ, ଜୟପୁର କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ ସୁନିତା ସ୍ବାଇଁ, ମାଥିଲି କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ