ଗତକାଲି ଠାରୁ ତୁଡାଲଗା ଖେଳ ପଡିଆ ଠାରେ ଆରମ୍ଭ ହୋଇଥିବା ସାଂସଦ କ୍ରୀଡ଼ା ମହୋତ୍ସବ ଆଜି ଅପରାହ୍ନରେ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଛି। ବଡ଼ଗାଁ ସାଂସଦ ପ୍ରତିନିଧି ଶିଶିର ରାଉତରାୟ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଡ଼ଗାଁ ବ୍ଳକ ଅଧ୍ୟକ୍ଷା ଦୁଲାରୀ ସରେଙ୍ଗ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରିଥିଲେ। ବଡ଼ଗାଁ ବିଡ଼ିଓ ପୁର୍ଣ୍ଣଚନ୍ଦ୍ର ଭୋଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ପରିଚାଳନା କରିଥିଲେ।