ଭଟଲି: ନୂଆଗଡହାଇସ୍କୁଲଖେଳପଡ଼ିଆରେଭଟଲିବ୍ଳକସ୍ତରୀୟକ୍ରିକେଟଖେଳାଳୀ ଚୟନ
ନୂଆଗଡହାଇସ୍କୁଲଖେଳପଡ଼ିଆରେଭଟଲିବ୍ଳକସ୍ତରୀୟକ୍ରିକେଟଖେଳାଳୀ ଚୟନଭଟଲି ବ୍ଳକ ନୂଆଗଡ ହାଇସ୍କୁଲର ଖେଳ ପଡ଼ିଆ ଠାରେ ଭଟଲି ବ୍ଳକସ୍ତରୀୟ ୧୭ବୟସ ରୁ କମ ବାଳକ ବିଭାଗ ର କ୍ରିକେଟ ଖେଳାଳୀ ଚୟନ ଆଜି ସକାଳ ୧୦ ଟାରେ ଆରମ୍ଭ ହୋଇଥିଲା। ନୂଆଗଡ ହାଇସ୍କୁଲର ପ୍ରଧାନଶିକ୍ଷକ ପରଦେଶୀ ବୁଧିଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଘାଟନ ସମାରୋହରେ ଭଟଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ରିତାରଣୀ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଖେଳାଳୀଚୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ବ୍ଳକ ବିଦ୍ୟାଳୟ କ୍ରୀଡାସମ୍ପାଦକ ଗର୍ଜନ ସା କ୍ରିକେଟ ଖେଳାଳୀ ଚୟନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଲେ।