ଛତ୍ରପୁର: ଛତ୍ରପୁର ନିକଟ ଜାତୀୟ ରାଜପଥରେ ସ୍କୁଟି ଓ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ, ଦୁଇ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି
ଛତ୍ରପୁର ନିକଟ ଜାତୀୟ ରାଜପଥରେ ସୋମବାର ଦିନ ୧୦ ଘଣ୍ଟା ସମୟରେ ଏକ ସ୍କୁଟି ଓ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ ସ୍କୁଟିରେ ବସିଥିବା ଦୁଇ ଜଣ ଆହତ ହୋଇଛନ୍ତି l ସୂଚନା ମୁତାବକ, ଚନ୍ଦ୍ରଗିରି ରୁ ଛତ୍ରପୁର ଅଭିମୁଖେ ଓଡି ୦୭ ଏଡବ୍ଲୁ ୫୧୧୫ ନମ୍ବର ବିଶିଷ୍ଟ ଏକ ସ୍କୁଟି ଯୋଗେ ଦୁଇ ଜଣ ଆସୁଥିବା ବେଳେ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଓଡି ୦୭ ୟୁ ୦୩୦୪ ନମ୍ବର ବିଶିଷ୍ଟ ଏକ ଡାଲା ଅଟୋ କୁ ଧକ୍କା ଦେଇଥିଲା l ଫଳରେ ସ୍କୁଟିରେ ଆସୁଥିବା ୨ ଜଣ ଆହତ ହୋଇଥିଲେ l ଘଟଣାର ଖବର ପାଇ ଛତ୍ରପୁର ଥାନା ପୋଲିସ ପହଂଚି ଆହତ ଦ୍ବୟଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲ ପଠେଇଥିଲେ l