ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକ ଙ୍କ ନିର୍ଦେଶ କ୍ରମେ କମିଟିର କର୍ମକର୍ତ୍ତା ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟଲୟ ର ଦ୍ୱାରସ୍ତ ହୋଇ ଚାଷୀଙ୍କ ସମସ୍ୟା କୁ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଏହା ସହ ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ କଳାହାଣ୍ଡି ଚାଷୀଙ୍କ ସ୍ୱାର୍ଥ ପାଇଁ ରାସ୍ତାରେ ଭିକ୍ଷୋଭ ପ୍ରଦର୍ଶନ କରିବାକୁ କେବେବି ପଛଘୁଞ୍ଚା ଦେବୁ ନାହିଁ ବୋଲି କମିଟି ପକ୍ଷରୁ ଚେତାବନି ଦେଇଛନ୍ତି।