ଆଜି ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ସ୍ଥାନୀୟ ପରମିଟ ପଡିଆ ଠାରେ ସଦର ବ୍ଲକର ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସଦର ବ୍ଲକ ବିଡ଼ିଓ ଉତ୍ତମ କୁମାର ଜେନା ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ।,ସାଂସଦଙ୍କ ପ୍ରତିନିଧି ଉମାକାନ୍ତ ମହାପାତ୍ର,ସଦର ବିଧାୟକଙ୍କ ପ୍ରତିନିଧି ଗୌରାଙ୍ଗ ଦାସ,ସଦର ବ୍ଲକ୍ ବିଇଓ ଯାଜ୍ଞେଶ୍ୱର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।