ଚନ୍ଦନଭାଟି ଗ୍ରାମରେ ଦୁର୍ଗାମନ୍ଦିର ଅପେରା ନାମରେ ହୋଇଥିବା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାକୁ ନେଇ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ଗତ ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଚାଲିଥିବା ଅପେରାରେ ଭିଡ଼ ନହେବାରୁ ୧୨ ତାରିଖ ରାତିରେ ଭୁବନେଶ୍ୱରର ଆଇଟମ ଗାର୍ଲ୍ ନିଶା ମହାରଣାଙ୍କୁ ଆଣାଯାଇଥିଲା। ପୂର୍ବରୁ ଫାଣ୍ଡି ଅଧିକାରୀଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ ଅଶ୍ଳୀଳ ଅଙ୍ଗ ପ୍ରଦର୍ଶନ ହୋଇଥିଲା। ଏନେଇ ସଦର ଥାନାରେ କେସ ନମ୍ବର ୨୯/୨୬ ରୁଜୁ ହୋଇଛି। ଯାତ୍ରା କମିଟିର ସଭାପତି ଓ ସମ୍ପାଦକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।