ବାରକୋଟ: ବାରକୋଟ ବ୍ଲକ ର ବିଭିନ୍ନ ପଂଚାୟତ ରେ ଆଜି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ଅର୍ପଣ ରଥ କରିଛି ଚାଉଳ ଓ ଗୁଆ ସଂଗ୍ରହ
ବାରକୋଟ ବ୍ଲକ ର ବିଭିନ୍ନ ପଂଚାୟତ ରେ ଆଜି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ଅର୍ପଣ ରଥ ଚାଉଳ ଓ ଗୁଆ ସଂଗ୍ରହ କରିଛି । ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଆସନ୍ତା ୧୭ ତାରିଖ, ପୌଷ ମାସ ଶୁକ୍ଲପକ୍ଷ ସପ୍ତମୀ ତିଥିରେ ହେବାକୁ ଯାଉଛି। ଏହି ପବିତ୍ର କାର୍ଯ୍ୟପାଇଁ ତୃତୀୟ ଦିନ ରେ ବାରକୋଟ ବ୍ଲକ ଅନ୍ତର୍ଗତ ବାରକୋଟ, ବିଜୟନଗର, କାଳିଆପାଳ ଓ ବମ୍ପରଡା ପଂଚାୟତ ରେ ଅର୍ପଣ ରଥ ବୁଲିବା ସହ ପ୍ରତ୍ୟେକ ଘରୁ ମୁଠାଏ ଚାଉଳ ଓ ଗୋଟିଏ ଗୁଆ ସଂଗ୍ରହ ସଂଗ୍ରହ କରିଛି ।