ଅଙ୍ଗନୱାଡି କେନ୍ଦ୍ର ରୁ ବାହାରିଲା ୧୦ ଫୁଟିଆ ଅଜଗର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଦାନପୁର ପଞ୍ଚାୟତ ଦେଉଲପଲ୍ଲୀ ଗ୍ରାମର ଅଙ୍ଗନୱାଡି - ୧ କେନ୍ଦ୍ର ଭିତରେ ଆଜି ଦିନ ପ୍ରାୟ ୧୧ ଟା ସମୟରେ ଏକ ବିରାଟ ଅଜଗର ସାପ ଦେଖିବାକୁ ମିଳିଥିଲା । ସାପ ଟିକୁ ଦେଖି ପିଲା ମାନେ ଭୟଭୀତ ହୋଇପଡ଼ିଥିବା ବେଳେ ସାପଟି କିପରି ଅଙ୍ଗନୱାଡି କେନ୍ଦ୍ର ଭିତରକୁ ଆସିଲା ତାହା ଜଣା ପଡି ନାହିଁ । ସେପଟେ ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚି ଅଜଗର ସାପଟି କୁ ଉଦ୍ଧାର କରିବା ସହ ଜଙ୍ଗଲ ରେ ନେଇ ଛାଡ଼ିଥିବା ଜଣା ପଡିଛି ।