ଦିଗପହଣ୍ଡି: ଭୁଶୁଣ୍ଡା ଗ୍ରାମ ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ଦୃଘଟଣା ଗ୍ରସ୍ତ , ଦୁଇଜଣ ଗୁରୁତର
ଭୁଶୁଣ୍ଡା ଗ୍ରାମ ମୁଖ୍ୟ ରାସ୍ତାରେ ଏକ ମୋଟର ସାଇକେଲ ଦୃଘଟଣା ଗ୍ରସ୍ତ ହୋଇଚି ଯାହାଫଳରେ ଦୁଇଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଦୁଇଜଣ ହେଲେ ଟିକି ବେହେରା ଏବଂ ଜଗନ୍ନାଥ ବେହେରା ଏମାନଙ୍କ ଘର ଜକମେରୀ ପଲ୍ଲୀ ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ଏହି ଦୁଇଜଣ ଅତ୍ୟଧିକ ମଦ୍ୟପାନ କରି ବ୍ରହ୍ମପୁର ଅଭିମୁଖେ ଯାଉଥିଲେ ତେବେ ଭୁସୁଣ୍ଡା ଗ୍ରାମ ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ଟି ଭାରସାମ୍ୟ ହରାଇ ଦୃଘଟଣା ଗ୍ରସ୍ତ ହୋଇଥିଲା ଯାହାଫଳରେ ଏହି ଦୁଇଜଣ ଗୁରୁତର ହୋଇଥିଲେ ।