ଝାରସୁଗୁଡା ଜିଲ୍ଲାରେ ପାଉଁଶ ପକାଯିବା ଘଟଣାକୁ ନେଇ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଦୀପାଲି ଦାସ ଙ୍କୁ ଟାର୍ଗେଟ କରିବା ସହିତ ଚାଲେଞ୍ଜ ଦେଇ ସତସାହସ ଅଛି ଯଦି ସମ୍ନାକୁ ଆସନ୍ତୁ କହିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ପୁର୍ବତନ ଝାରସୁଗୁଡା ବିଧାୟିକା ଦୀପାଲି ଦାସ। ଆଜି ସକାଳ ଏଗାରଟା ସମୟରେ ଝାରସୁଗୁଡା ର ପୁର୍ବତନ ବିଧାୟିକା ଦୀପାଲି ଦାସ ଝାରସୁଗୁଡା ବିଧାୟକ ଙ୍କୁ ଟାର୍ଗେଟ କରି ତାଙ୍କର ବ୍ଲଡ଼ ପ୍ରେସର ବଢିଯାଇଥିବା କହିଛନ୍ତି। ଏହା ସହିତ ସିରିଆପାଲି ଠାରେ ନିର୍ମିତ ହେଉଥିବା ଆସପଣ୍ଡ ପାଇଁ ସ୍ଥାନୀୟ ବିଧାୟକ କୋଟି ଟଙ୍କା ନେଇସାରିଥିବା କହିବା ସହିତ ଟାର୍ଗେଟ କରିଛନ୍ତି