ଆଜି ସୁନ୍ଦରଗଡ ଜ଼ିଲ୍ଲା ବଡ଼ଗାଁ ପଞ୍ଚାୟତ ସମିତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଶନିବାର ଦିନ ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷା ଡ଼ ସୁପ୍ରିୟା ପାଲ ସଭାପତିତ୍ୱ କରିଥିଲେ l ଅନୁଷ୍ଠାନ ର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତମାନ ଦେଓଗଡ ଡ଼ିଗ୍ରୀ କଲେଜ ର ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀଧୁଳେଶ୍ୱର ସାହୁ ମୁଖ୍ୟ ଅତିଥି, ଭେଷଜ ପଟେଲ କଲେଜ ଡୁଡୁକା ର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅଶ୍ୱିନୀ କୁମାର ମିଶ୍ର ବିଶିଷ୍ଠ ଅତିଥି, ଉକ୍ତ କଲେଜ ର ଅଧ୍ୟକ୍ଷl ଶ୍ରୀ ମତି ମିନତୀ ମିଶ୍ର ଅଂଶଗ୍ରହଣ କରିଥିଲେ।