ପଥରଖମ୍ବଗାଁରେ ପୋଖରୀ ବୁଡି ଯୁବତୀ ମୃତ କାମାକ୍ଷାନଗର ଥାନା ପଥରଖମ୍ବ ଗାଁରେ ପୋଖରୀରେ ବୁଡ଼ି ଯୁବତୀ ମୃତ । ମୃତ ଯୁବତୀ ଜଣକ ସେହି ଗାଁର ଅର୍ଚ୍ଚନା ସାହୁ ବୋଲି ଜଣା ପଡିଛି। ପୋଖରୀ କୁ ଗାଧେଇବାକୁ ଯାଇ ଅସାବଧାନତା ଯୋଗୁଁ ପାଣିରେ ବୁଡ଼ି ଯାଇଥିଲେ ।ଘଟଣା ସ୍ଥଳରେ ଅଗ୍ନିସମବାହିନୀ ପହଞ୍ଚି ଯୁବତୀଙ୍କ ମୃତ ଦେହ ମଙ୍ଗଳବାର ସକାଳ ୧୦ଟାରେ ଉଦ୍ଧାର ହୋଇଛି। ତାଙ୍କ ମୃତକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଚି ।