ନୂତନ ପଞ୍ଚାୟତ ଗୃହ ସ୍ଥାନାନ୍ତରକୁ ବିରୋଧ l ବିଡ଼ିଓଙ୍କୁ ଘେରିଲେ ଜନ ପ୍ରତିନିଧି ଏବଂ ଗ୍ରାମବାସୀ l ଆଜି ଅପରାହ୍ନ ଦୁଇଟା ସମୟରେ କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଆସନା ପଂଚାୟତ ସରପଞ୍ଚ ଏବଂ ଗ୍ରାମବାସୀ ପହଂଚି ଏଭଳି ପ୍ରତିବାଦ କରିଛନ୍ତି l ଆସନା ପଂଚାୟତ ସ୍ଥାପିତ ହେବା ଠାରୁ ଉଡ଼ୁଲୁଗୁଡା ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ଚାଲିଛି ପଂଚାୟତ କାର୍ଯ୍ୟାଳୟ l ଏଠାରେ ନୂତନ ପଂଚାୟତ କାର୍ଯ୍ୟଳୟ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ ହୋଇଥିବା ବେଳେ ଗାଁ ବାହାରେ ଅନ୍ୟତ୍ର କୁ ପଂଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତରିତ ପାଇଁ ଯୋଜନା କରାଯାଉଛି l ଯାହାକୁ ନେଇ ବିରୋଧ କରିଛନ୍ତି ଅଂଚଳବାସୀ