ପବିତ୍ର ରାମ ନବମୀ ଅବସରରେ ଚାନ୍ଦିପୁରରେ ବିଶାଳ ବାଇକ ଶୋଭାଯାତ୍ରା। ବୁଧବାର ଅପରାହ୍ନ ପ୍ରାୟ ୩.୩୦ରେ ଚାନ୍ଦିପୁର ନୂଆନଈ ଛକ ନିକଟରୁ ବାଇକ ଶୋଭାଯାତ୍ରା ଆରମ୍ଭ ହୋଇ ବଳରାମଗଡିରେ ଶେଷ ହୋଇଥିଲା। ଜୟ ଶ୍ରୀରାମ ଧ୍ବନିରେ କମ୍ପିଥିଲା ସମଗ୍ର ଅଞ୍ଚଳ। ପ୍ରାୟ ଏକ ହଜରରୁ ଉର୍ଦ୍ଧ୍ଵ ଲୋକ ଏଥିରେ ସାମିଲ ହୋଇଥିଲେ। ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।