ଝାରସୁଗୁଡା: କିର୍ମିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ସର୍ବସାଧାରଣ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲା କିର୍ମିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଆଜି ସକାଳ ସାଢେ ଦଶଟା ସମୟରେ ବ୍ଲକ ସ୍ତରୀୟ ସର୍ବସାଧାରଣ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡା ଜିଲ୍ଲାପା କୁଣାଲ ମୋତିରାମ ଚହ୍ୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ଵ ରଞ୍ଜନ ନାୟକ, ବ୍ଲକ ଉନ୍ନୟନ ଅଧିକାରୀଙ୍କ ସମେତ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଆୟୋଜିତ ଶିବିରରେ ମୋଟ ୧୭ଗୋଟି ଅଭିଯୋଗ ଆଗତ ହୋଇଥିବା ବେଳେ ତନ୍ମଧ୍ୟରୁ ୦୪ଟି ସାମୂହିକ ଓ ୧୩ଟି ବ୍ୟକ୍ତିଗତ ଅଭିଯୋଗ