ଆଜି ଜାନୁଆରୀ 19 ତାରିଖ ସକାଳ 7 ଟା ରୁ ଆରମ୍ଭ ହୋଇଛି ଏହି 12 ଘଣ୍ଟିଆ ରାସ୍ତା ଅବରୋଧ। ଫୋରମ୍ ଫର୍ ଗ୍ରାମ ସଭା କମିଟି ପକ୍ଷରୁ ଆରମ୍ଭ ହୋଇଛି ଏହି ଆନ୍ଦୋଳନ। ତେବେ ଏ ନେଇ କମିଟି ଜିଲ୍ଲା ପ୍ରଶାସନ କୁ ପୂର୍ବରୁ ସୂଚିତ କରିଥିବା ବେଳେ ସେହି ନିଷ୍ପତ୍ତି ଆଧାରରେ ହଜାର ହଜାର ଆଦିବାସୀ ଏହି ଆନ୍ଦୋଳନକୁ ଓହ୍ଲାଇ ଛନ୍ତି। ଜିଲ୍ଲା ପ୍ରଶାସନ ବେଆଇନ୍ ଭାବେ ସେମାନଙ୍କ ଜମିକୁ ଅଧିଗ୍ରହଣ କରିବା ସହ ମେସର୍ଷ DCBL ଲାଞ୍ଜିବେରନା କୁ ହସ୍ତାନ୍ତର କରିବାକୁ ନେଇ ଏହି ଆନ୍ଦୋଳନ ତେଜିଛି। ଗତ ଦିନରେ ଲୋକେ ବିରୋଧ କରିବା ସ୍ଵତ୍ତେ ଜିଲ୍ଲା ପ୍ରଶାସନ ବ୍ୟାପକ ପୋଲିସ ମୁତୟନ କରି ଲୋକଙ୍କୁ ତଡ଼ି