ଧର୍ମଗଡ: ଖମାରହଳଦୀ ଭାଟି ଛକ ନିକଟରେ ଗାଡି ସଜାଡୁଥିବା ବେଳେ ଧର୍ମଗଡ ର ଜଣେ ବୃଦ୍ଧ ଙ୍କୁ ମରଣାନ୍ତକ ଆକ୍ରମଣ,
•ସିସଟିଭି ରେ ଭିଡିଓ କଏଦ,
ଖମାରହଳଦୀ ପଞ୍ଚାୟତ ଭାଟିଛକର ଏକ ଗ୍ୟାରେଜରେ ଜଣେ ବୃଦ୍ଧ ଗାଡି ମରାମତି କରୁଥିବା ବେଳେ ମରଣାନ୍ତକ ଆକ୍ରମଣରେ ବୃଦ୍ଧ ଗୁରୁତର ହୋଇଥିଲେ । ଗୁରୁତର ବୃଦ୍ଧ ଜଣକ ହେଲେ ଧର୍ମଗଡ଼ର ସନାତନ ସରାଫ । ମୂର୍ମୁସ ଅବସ୍ଥା ରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଉପଖଣ୍ଡ ଚିକିତ୍ସାଲୟ ଧର୍ମଗଡ଼ କୁ ନିଆଯାଇଥିଲା ।ଆକ୍ରମଣ ସମୟର ଦୃଶ୍ୟ ସିସିଟିଭି କ୍ୟାମେରା ର କଏଦ ହୋଇଛି ।