ସାତସମା ଗ୍ରାମରେ ଜଙ୍ଗଲ ନିଆଁ ରୁ ଜଳିଗଲା ଆମ୍ବବଗିଚା, ଲକ୍ଷାଧିକ କ୍ଷତିବଡ଼ମାଳ ବନାଞ୍ଚଳ ଅନ୍ତର୍ଗତ ଭାଲିଆକଟା ପଞ୍ଚାୟତ ସାତସମା ଗ୍ରାମ ର କାର୍ତ୍ତିକ ପ୍ରଧାନ ଙ୍କ ପାଞ୍ଚ ଏକର ପରିମିତ ଜମି ଆମ୍ବ ବଗିଚା ରେ ଶନିବାର ସକାଳେ ୫୦ ଟି ଫଳନ୍ତି ଆମ୍ବ ଗଛ ଜଙ୍ଗଲ ନିଆଁ ରେ ଜଳି ଯାଇଛି। ନିକଟ ଜଙ୍ଗଲ ରୁ ନିଆଁ ଆସି ବଗିଚା ରେ ଲାଗିଥିଲା। ୧୦ ବର୍ଷ ର ଫଳନ୍ତି ଆମ୍ବ ଗଛ ନିଆଁ ର କରାଳ ରେ ଜଳି ପୋଡି ପାଉଁଶ ହୋଇଗଲା। ଖବର ପାଇ ଦମକଳ ବାହିନୀ ପହଞ୍ଚିଲା ବେଳକୁ ସବୁ ସରିଯାଇଥିଲା। ଏ ବାବଦ ରେ ବନ ବିଭାଗ ତରଫରୁ ଆର୍ଥିକ ସହାୟତା ର କୌଣସି ବ୍ୟବସ୍ଥା ନ ଥିବା ଜାଣି ଚାଷୀ ଜଣକ ହତାଶ ହୋଇ ପଡି