ସମ୍ବଲପୁର ତଥା ବୁର୍ଲା ମେଡିକାଲ ରେ ରକ୍ତର ଅଭାବ କୁ ଦେଖି ଆଜି ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ ୩୭ ନକ୍ସାପାଲିରେ ୧୧ ତମ ରକ୍ତଦାନ ଶିବିରରେ ୧୦୧ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି l ଏହି ରକ୍ତଦାନ ରୁ ସଂଗ୍ରହ ହୋଇଥିବା ରକ୍ତ ଗୁଡିକୁ ବୁର୍ଲା ବ୍ଲଡ଼ ବ୍ୟାଙ୍କକୁ ପଠାଯାଇଛି l ଯାହାଫଳରେ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବା ରେ ଏହା ସହଯୋଗ କରିବ । ବିଭିନ୍ନ ମାଧ୍ୟମରେ ରକ୍ତଦାତାଙ୍କୁ ଶିବିରରେ ଯୋଡିବା ପାଇଁ ଅନେକ ଚେଷ୍ଟା କରିଥିଲେ ସ୍ଥାନୀୟ ଯୁବକ ମାନେ l