କିଛି ଦିନ ତଳେ ଜୟପୁର ଥାନାରେ ଜଣେ ଆଇନଜୀବୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ମାଡ ମାରିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୋଷୀ ପୋଲିସ ଅଧିକାରୀ ତଥା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ ଟିଟିଲାଗଡ ଓକିଲ ସଙ୍ଘର ସଦସ୍ୟ ଶ୍ରୀ ବୀରେନ୍ଦ୍ର ବାଗ। ଯଦି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି