ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଟ୍ରକ ମାଲିକ ଙ୍କ ପକ୍ଷରୁ ଝାରସୁଗୁଡ଼ା ସହର ସ୍ଥିତ ଏକ ଘରୋଇ ହୋଟେଲ ଠାରେ ସାମ୍ବାଦିକ ସମ୍ମିଳନୀ ର ଅୟୋଜନ କରାଯାଇଥିଲା । ସେମାନଙ୍କ କହିବା ଅନୁଯାୟୀ ମାଲିକଙ୍କ ସହ କିଛି ଆଲୋଚନା ନ କରି କୋଇଲା ପରିବହନ ପାଇଁ ମିଳୁଥିବା ଭଡ଼ାରେ ୫୦ ଟଙ୍କା ଟନ୍ ପ୍ରତି କମ୍ ଦିଆଯାଉଛି ଯାହାକୁ ନେଇ ମାଲିକଙ୍କ ଭିତରେ ତିବ୍ର ଅସନ୍ତୋଷ ଦେଖା ଦେଇଛି ଖୁବ ଶିଘ୍ର ପ୍ରଶାସନ ଏହାକୁ ହସ୍ତକ୍ଷେପ ଶହ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।