ହରିଚନ୍ଦନପୁର: ହରିଚନ୍ଦନପୁର ରେଞ୍ଜ ବ୍ରାହ୍ମଣିପାଳ ଅଞ୍ଚଳରେ ବାଘ ଆତଙ୍କ ।
କଡ଼ା ନଜର ରଖିଛି ବନବିଭାଗ
ହରିଚନ୍ଦନପୁର ରେଞ୍ଜ ବ୍ରାହ୍ମଣିପାଳ ଅଞ୍ଚଳରେ ବାଘ ଆତଙ୍କ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣିପାଳ ଟାଟା କଲୋନୀରେ ବାଘ ଆଚଙ୍କ । ରାତିରେ କଲୋନୀ ର ପମ୍ପହାଉସ ନିକଟରେ ଡ୍ଯୁଟିରେ ଥିବା ଜଣେ ସିକ୍ଯୁରିଟି ଗାର୍ଡ ବାଘଟି ବୁଲୁଥିବାର ଦେଖିବାକୁ ପାଇଥିଲେ । ବାଘଟି କିଛି ମସୟ ବୁଲିବାପରେ ନିକଟରେ ଥିବା ଫେରୋକ୍ରୋମ ସ୍ଲାଗ ଗଦା ଉପରକୁ ଚଢି ନଦୀ ଆଡେ ପଳାଇ ଯାଇଥିଲା । ଏହି ଘଟଣା ବାବଦରେ ସିକ୍ଯୁରିଟି ଗାର୍ଡ ଜଣକ ତୁରନ୍ତ ତାଙ୍କର ଉପରିସ୍ଥ ଅଧିକାରଙ୍କୁ ଜଣାଇଥିଲେ।ଆଜି ଅପରାହ୍ନ ଚାରିଟା ସମୟର ସୂଚନା ।