ଆନନ୍ଦପୁର: ବଞ୍ଚୋ ବାରାହୀ ୟୁପି ସ୍କୁଲରେ ଶିକ୍ଷକ ବଦଳି ପ୍ରତିବାଦରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା
ହାଟଡିହି ବ୍ଲକ ବଞ୍ଚୋ ବାରାହୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ପ୍ରକାଶ ସେଠିଙ୍କ ବଦଳି ପ୍ରତିବାଦରେ କିଛି ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଆଜି ସ୍କୁଲ ସମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଛନ୍ତି। ବିଦ୍ୟାଳୟରେ ଅନିୟମିତତା ଅଭିଯୋଗରେ ଶିକ୍ଷକଙ୍କୁ ବଦଳି କରା ଯାଇଥିଲା। ଆନ୍ଦୋଳନ ଖବର ପାଇ ହାଟଡିହି ତହସିଲଦାର ଓ ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଆଜି ଦିନ ଦୁଇଟା ବେଳେ ପହଞ୍ଚି ବୁଝାସୁଝା କଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।