ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନରେ କିଛି ଦିନ ହେଲା ବେଆଇନ ମଦ କାରବାର ହେଉଥିବା ନେଇ ଅଭିଯୋଗ ହେଉଥିଲା | ଏ ନେଇ ଆଜି ୨ ଟି ସ୍ଥାନରେ ଅଚାନକ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିଛି ଛତ୍ରପୁର ଥାନା ପୁଲିସ l ସହରର ଅପର ବସ ଷ୍ଟାଣ୍ଡ ଓ କୋର୍ଟ ଷ୍ଟେସନ ଦୁଇଟି ସ୍ଥାନରେ ଚଢ଼ାଉ କରି ପ୍ରାୟ ୬୮ ଲିଟର ବିଦେଶୀ ମଦ ସମେତ ୧୦୦ ଟି ଦେଶୀ ମଦ ପ୍ୟାକେଟ ଜବତ ହୋଇଥିବା ଶନିବାର ସଂନ୍ଧ୍ଯାରେ ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।