ତାଳଚେର ତଥା ଅନୁଗୋଳ ଜିଲ୍ଲାର ରାସ୍ତାଘାଟ ସମସ୍ୟା ସମାଧାନ କରିବା ଏବଂ କୋଇଲା ଟ୍ରକ ସମସ୍ୟା ନେଇ ଓଡିଶା ବିଧାନସଭାରେ ଶୁକ୍ରବାର ମଧ୍ୟାହ୍ନରେ ଦାବୀ ଉପସ୍ଥାପନ କଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ l ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ଜାତୀୟ ରାଜପଥର ସମସ୍ୟା ନେଇ ଗତ ଦୁଇ ମାସ ଧରି ଚାଲିଥିବା ଅଚଳାବସ୍ଥାକୁ ଦୂରୀକରଣ ନିମନ୍ତେ ନିବେଦନ କରିଥିଲେ l