ମାଁ ଝାଡେଶ୍ୱରୀ ସ୍ନାତକ ମହାବିଦ୍ୟାଳୟରେ ନିର୍ବାଚନୀ ଅଂଶଗ୍ରହଣ ତାଲିମ କାର୍ଯ୍ୟକ୍ରମ ଧମା ସ୍ଥିତ ମା ଝାଡେଶ୍ୱରୀ ସ୍ନାତକ ମହାବିଦ୍ୟାଳୟରେ ଶନିବାର ସକାଳେ ଜାତୀୟ ସେବା ଯୋଜନା ତରଫରୁ ନିର୍ବାଚନୀ ଅଂଶଗ୍ରହଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। +୩ ଅଧ୍ୟକ୍ଷ ଶ୍ରୀ ଅନୀଲ ପ୍ରଧାନ ଅଧ୍ୟକ୍ଷତା କରି ଗଣତନ୍ତ୍ର ଭୋଟର ମହତ୍ତ୍ଵ ବର୍ଣ୍ଣନା କରିଥିଲେ। ମୁଖ୍ୟ ଅତିଥି ଭାବେ ସହକାରୀ ନିର୍ଦ୍ଦେଶକ, ସ୍ବଳ୍ପ ସଞ୍ଚୟ ଓ ଅର୍ଥନୈତିକ ସେବା, ସମ୍ବଲପୁରର ଶ୍ରୀ ନୀଳାଞ୍ଚଳ ସେଠୀ ଯୋଗଦେଇ ଭୋଟର ଯୋଗ୍ୟତା ଏବଂ କେଉଁ ପ୍ରକ୍ରିୟାରେ ଭୋଟ ଦେବା ଓ କିପରି ପଞ୍ଜିକରଣ କରିପାରିବା ଏବଂ କିପରି ସୁଦୃଢ