ନୀଳଗିରି: ଢୋଲପୁର ଗ୍ରାମରେ ଅଘଟଣ, ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ
ହାତି ଆକ୍ରମଣ ରେ ବୃଦ୍ଧ ଙ୍କର୍ ମୃତ୍ୟୁ l ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ଅଧୀନ ଢ଼ୋଲପୁର ଗାଁର ହରେକୃଷ୍ଣ ପ୍ରଧାନ ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧ ଆଜି ସକାଳ 11 ଘଟିକା ସମୟ ରେ ଗାଁ ପଡ଼ିଆକୁ ଯାଇଥିବା ବେଳେ ସେଠାରେ ଲୁଚି ରହିଥିବା ହାତୀଟି ଅଚାନକ ବାହାରି ଆସି ବୃଦ୍ଧଙ୍କୁ ଶୁଣ୍ଢରେ କଚାଡ଼ି ଦେଇ ଦାନ୍ତରେ ଭୁସିବା ପରେ ଦଳି ଦେଇଥିଲା। ସେହି ସ୍ଥାନରେ ହିଁ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଖବରପାଇ ବନବିଭାଗ ଅଧିକାରୀମାନେ ସେଠାରେ ପହଞ୍ଚିବା ସହ ଲୋକେ ମଧ୍ୟ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ଜଣା ପଡ଼ିଛି l