ସତ୍ୟବାଦୀ: ସପତ୍ନୀଙ୍କ ସହ ସାକ୍ଷୀଗୋପାଳ ମନ୍ଦିରରେ ପହଞ୍ଚି ଦର୍ଶନ କଲେ ପାଟନା ହାଇକୋର୍ଟ ଜଷ୍ଟିସ ଅରବିନ୍ଦ ସିଂ ଚଣ୍ଡେଲ
Satyabadi, Puri | Sep 12, 2024 ପତ୍ନୀଙ୍କ ସହ ଆଜି ଦିନ ୧୨ଟାରେ ସାକ୍ଷୀଗୋପାଳ ଠାକୁର ଓ ମା' ରାଧାରାଣୀଙ୍କୁ ଦର୍ଶନ କଲେ ପାଟନା ହାଇକୋର୍ଟ ଜଷ୍ଟିସ ମାନ୍ୟବର ଅରବିନ୍ଦ ସିଂ ଚଣ୍ଡେଲ। ସାଙ୍ଗରେ ରହି ଠାକୁରଙ୍କ ବିଷୟରେ ବୁଝାଇଥିଲେ ସାକ୍ଷୀଗୋପାଳ ମନ୍ଦିର ଫାଣ୍ଡି ଦାୟିତ୍ଵରେ ଥିବା ଅଧିକାରୀ ଦୈତାରୀ ପ୍ରଧାନ। ଏଥିସହିତ ସାଙ୍ଗରେ ଥିଲେ ସାମ୍ବାଦିକ ତଥା ମନ୍ଦିର ସେବାୟତ କୈାଶିକ ମହାପାତ୍ର। ଦୁଇଦିନିଆ ଗସ୍ତରେ ଆସି ପୁରୀରେ ଅବସ୍ଥାନ ପରେ ଆଜି ସାକ୍ଷୀଗୋପାଳ ଠାକୁରଙ୍କୁ ଦର୍ଶନ କରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ ପରେ ପାଟନା ଫେରିଯିବେ ଜଷ୍ଟିସ ଶ୍ରୀ ଚଣ୍ଡେଲ।