ବୀରମହାରାଜପୁର: ଦୂର୍ଜନ ତୈଲା ପଞ୍ଚାୟତ ସଭା ଗୃହରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
ବୀରମହାରାଜପୁର ଥାନା ଅନ୍ତର୍ଗତ ଦୂର୍ଜନ ତୈଲା ପଞ୍ଚାୟତ ସଭା ଗୃହରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଆଜି ଦିନ 1ଟା 30 ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ଧରୁଆ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅପତୀ ଅଭିଯୋଗ ଶୁଣିଥିଲେ l ଶିବିରରେ ସର୍ବମୋଟ 8 ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା l ସରପଞ୍ଚ ବିଷ୍ଣୁ ପ୍ରିୟା କୁମ୍ଭାରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ l