ଦିଗପହଣ୍ଡି: ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଷଣ୍ଢ କୁ ଧକ୍କା ଦେଲା ଏକ କାର, ଷଣ୍ଢର ମୃତ୍ୟୁ,କାର ଚାଳକ ଗୁରୁତର
ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଏକ କାର ଧକ୍କାରେ ଗୋଟେ ଷଣ୍ଢ ର ମୃତ୍ୟୁ ହୋଇଥିବା ବେଳେ କାର ଚାଳକ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର କାର ଚାଳକ ଜଣଙ୍କ ହେଲେ ସୁସେଣ ବଡ ରଇତ ତାଙ୍କ ଘର ଜିରାଙ୍ଗ ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ସୁସେଣ ବଡ ରଇତ ଏକ କାର ଯୋଗେ ବ୍ରହ୍ମପୁର ରୁ ନିଜ ଗ୍ରାମକୁ ଫେରୁଥିଲେ ହେଲେ ସେ ମଦ୍ୟ ପାନ କରିଥିବାରୁ ଦିଗପହଣ୍ଡି ମୁଖ୍ୟ ରାସ୍ତାରେ କାର ଟି ଭାରସାମ୍ୟ ହରାଇ ଏକ ଷଣ୍ଢ କୁ ଧକ୍କା ଦେଇଥିଲା ଯାହାଫଳରେ ଘଟଣାରେ ଷଣ୍ଢ ର ମୃତ୍ୟୁ ହୋଇଥିବା ବେଳେ କାର ଚାଳକ ସୁସେଣ ବଡ ରଇତ ଗୁରୁତର ।