ବେଗୁନିଆପଡା ସ୍ଥିତ ଏବିସିଡି ପବ୍ଲିକ ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ ବେଶ ଧୂମଧାମ ରେ ପାଳିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଅଶୋକ ସେନାପତି ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନର ଦୀର୍ଘ ଦିନର ଶିକ୍ଷା ଅଭିଜ୍ଞତା ତଥା ଛାତ୍ରଛାତ୍ରୀ ମାନଙ୍କୁ ଶୈକ୍ଷିକ ବାତାବରଣ ରେ ପାଠ ପଢାକୁ ନେଇ ବେଶ ଖୁସି ବ୍ୟକ୍ତ କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ ବିଧାୟକ ଶ୍ରୀ ନାୟକ ।