ବୀରମହାରାଜପୁର: ଅମରପାଲି ଉଚ୍ଚ ବିଦ୍ୟାଳୟରେ ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକର ଜୁନିଅର ରେଡ଼କ୍ରସ ପରାମର୍ଶଦାତା ମାନଙ୍କୁ ନେଇଏକ ଦିବସୀୟ ପ୍ରଶିକ୍ଷଣ ଶିବିର
ବୀରମହାରାଜପୁର ଥାନା ଅନ୍ତର୍ଗତ ଅମରପାଲି ଉଚ୍ଚ ବିଦ୍ୟାଳୟଠାରେ ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକର ଜୁନିଅର ରେଡ଼କ୍ରସ ପରାମର୍ଶଦାତା ମାନଙ୍କୁ ନେଇ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ଆଜି ଅପରାହ୍ନ 4ଟା 30 ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପରିଚାଳନା କମିଟି ସଭାପତି ଅଶୋକ କୁମାର ସାହୁ ଅତିଥି ଭାବରେ ଯୋଗଦେଇ ରେଡ଼କ୍ରସ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ I ପରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଘନଶ୍ୟାମ ମେହେର ମୁଖ୍ୟ ଅତିଥି