ଜି ଉଦୟଗିରି: ରଟିଙ୍ଗିଆ ପଞ୍ଚାୟତ ପରିସରରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
ଘୁ ଉଦୟଗିରି: କିଛି ଦିନ ହେବ ସୋସିଆଲ ମିଡିଆ ମାଧ୍ୟମରେ ଆପ ପ୍ରଚାର ଚାଲିଛି ଦଙ୍ଗା ବିଷୟକୁ ନେଇ । ଏ ବିଷୟକୁ ନେଇ ଲୋକେ ଆତଙ୍କିତ ହୋଇ ଭୟଭୀତ ଅବସ୍ଥାରେ ରହିଛନ୍ତି ।ସେପଟେ କେହି କେହି ନିଜ ଘର ଛାଡ଼ି ବାହାରକୁ ପଳାୟନ କରିଥିବା ଆଲୋଚନା ହେଉଛି ।ତେବେ ଆଜି ଉକ୍ତ ପଞ୍ଚାୟତ ପରିସରରେ ଅଞ୍ଚଳର ବୁଦ୍ଧିଜୀବୀ ମିଳିତ ଭାବରେ ଏକ ଶାନ୍ତି କମିଟି ଗଠନ କରିଛନ୍ତି । ଏହି କମିଟିରେ ସରପଞ୍ଚ ବିସ୍ମୁଦେବ ପ୍ରଧାନ, ଗ୍ରାମସେେକ ବାବୁଲା ସାହୁ, ନାୟବ ସରପଞ୍ଚ ସାରଳା ପ୍ରଧାନ, ଉପାଧ୍ୟକ୍ଷ ଏନ୍ ଲୁକ,ରହିଛନ୍ତି ।ପରବର୍ତ୍ତୀ ସମୟରେ କମିଟିରେ ଉପସ୍ଥିତ ସରପଞ୍ଚ ସଭା ପରିଚଳନା କରିଥିଲେ ।