ଜୟପୁର: ଯାଦବ ଭଵନ ଜୟପୁର ଠାରେ ଓଡ଼ିଶା ଅମଲା ସଂଘ ନିର୍ବାଚନ ନିମନ୍ତେ ପ୍ରାର୍ଥି ପତ୍ର ଦାଖଲ,ସୂଚନା ଦେଲେ ସଭାପତି
ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ପୁର୍ବ ନିଷ୍ପତି ଅନୁଯାୟୀ ଜିଲ୍ଲା ଶାଖା ର ନିର୍ବାଚନ ନିମନ୍ତେ ଜୟପୁର ଯାଦବ ଭବନ ଠାରେ ପ୍ରାର୍ଥୀପତ୍ର ଦାଖଲ ଅନୁଷ୍ଠିତ ହୋଇଛି l ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀଭୂଷଣ ଦାଶ୍ ଆଜି ଅପରାହ୍ନ 4ଟାରେ ସୂଚନା ଦେଇଛନ୍ତି l ସଭାପତି ପଦବୀ ନିମନ୍ତେ ଶ୍ରୀ ଜଗନ୍ନାଥ ମାଝୀ ବରିଷ୍ଠ ସଦସ୍ୟ ଜଙ୍ଗଲ ବିଭାଗ, ସମ୍ପାଦକ ପଦବୀ ନିମନ୍ତେ ଗଜେନ୍ଦ୍ର ଚୈଧୁରି, ଶିକ୍ଷା ବିଭାଗ ଓ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ନାଗେଶ୍ଵର ରାଓ ଶିକ୍ଷା ବିଭାଗ ପ୍ରାର୍ଥିପତ୍ର ଦାଖଲ କରିଥିବା ନିର୍ବାଚନ କମିଟି ଘୋଷଣା କରିଥିଲେ l