ଜୁନାଗଡ଼ ସହରରେ ଗତକାଲି ସନ୍ଧ୍ୟାରେ ଅନ୍ତର୍ଲା ଗ୍ରାମର କାହ୍ନୁ ବରିହା ଓ ପୋରାଗାଁ ର ଦେବେନ୍ଦ୍ର ସାହୁ ନାମକ ବ୍ୟକ୍ତି ଏକ ଆପାଚି ଗାଡି ରେ ଆସି ବନ୍ଧୁକ ଦେଖାଇ ୫ ରୁ ୬ ଜଣଙ୍କୁ ମାଡ଼ ମାରିବା ସହିତ ଟଙ୍କା ଆଦାୟ କରିଥିଲେ । ଏନେଇ ଜୁନାଗଡ଼ ଥାନା ରେ ଅଭିଯୋଗ ହେବା ପରେ ଜୁନାଗଡ଼ ପୁଲିସ ସଦଳବଲେ ଆସି ଦୁଇ ଅଭିଯୁକ୍ତ ଦେବେନ୍ଦ୍ର ସାହୁ ଓ କାହ୍ନୁ ବାରିହାକୁ ଗିରଫ କରିଥିଲା ।