ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଗଞ୍ଜାମଜିଲ୍ଲା ବୁଗୁଡ଼ା ଶହର ଉପକଣ୍ଠରେ ରହିଥିବା ଶ୍ରୀ ବଳଦେବଜୀଉ ମହିଳା ମହାବିଦ୍ୟାଳୟ ଠାରେ ୭୫ ତମ ବନମହୋତ୍ସବ ଦିବା ୨ଟାରେ ପାଳିତ ହୋଇଯାଇଛି।ଏହି କାର୍ଯ୍ଯକ୍ରମରେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଓ ସମସ୍ତ ବନ କର୍ମଚାରୀ ତଥା ମହିଳା ମହାବିଦ୍ୟାଳୟର ସମସ୍ତ ଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗରେ ଆଜି ମହାବିଦ୍ୟାଳୟର ବିଭିନ୍ନ ସ୍ଥାନରେ ବହୁ ମୂଲ୍ୟବାନ ଚାରା ଲଗାଯାଇ ଥିଲା।ବୃକ୍ଷରୋପଣ ପରେ ବନାଞ୍ଚଳ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ନାରା"ମା'ପାଇଁ ଗଛଟିଏ "ର ଯଥାର୍ଥତା ଆଲୋଚନା କରିଥିଲେ।