ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ଝାରସୁଗୁଡ଼ା ପକ୍ଷରୁ ଆଜି ସକାଳ ଏଗାରଟା ସମୟରେ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ରୁ (ସୁପ୍ରିମକୋର୍ଟ ବିଧିକ ଅନୁବାଦ୍ ସଫ୍ଟୱେର୍) କୁ ବ୍ୟବହାର କରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ବିଚାର ଗୁଡ଼ିକର ଇଂରାଜୀରୁ ଆଞ୍ଚଳିକ ଭାଷାକୁ ଅନୁବାଦ, ଓଡ଼ିଶା ହାଇକୋର୍ଟ ଭିଡିଓ କନଫରେନ୍ସିଂ ରୁଲର ଉପକାରିତା, ପୋକ୍ସୋ ନିୟମ ଓ କାର୍ଯ୍ୟକ୍ଷେତ୍ରରେ ମହିଳା ମାନଙ୍କ ଯୌନ ଉତ୍ପୀଡନ ନିୟମ ଇତ୍ୟାଦି ବିଷୟରେ ସଚେତନ କରାଯାଇଥିଲା।