ପଥରଖମ୍ବ ଗାଁରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ ଚାଷୀ ମୃତ କାମାକ୍ଷାନଗର ଥାନା ପଥରଖମ୍ବ ଗାଁରେ ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ପଥରଖମ୍ବ ଗାଁର ଛକଡି ସାହୁ। ଛକଡି ନିଜ ଧାନ ବିଲରେ ଧାନ କାଟୁଟିବା ବେଳେ ସାପ କାମୁଡାର ଶିକାର ହୋଇଥିଲେ। ତୁରନ୍ତ ପରିବାର ଲୋକେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଛକଡିଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ପରିବାର ଲୋକେ ଗୁରୁବାର ସକାଳ ୧୦ଟାରେ ପ୍ରତିକ୍ରିୟା ରଖିଛନ୍ତି।