ପାଲଲହଡା: ଧରମପୁର ଗ୍ରାମରେ ଦିତୀୟ କେଦାରନାଥ ମନ୍ଦିରର ରତ୍ନମୁଦ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆସନ୍ତା ତା- ୧୦/୧୧/୨୦୨୫ ରିଖ ସୋମବାର ଧରମପୁର ଗ୍ରାମରେ ବାବା କୁଶଳେଶ୍ବର ମହାଦେବଙ୍କ ନୂତନ ମନ୍ଦିର ଦ୍ୱିତୀୟ କେଦାରନାଥର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଶୁକ୍ରବାର ଅପରାହ୍ନ ୪ ଘଟିକା ସମୟରେ ମନ୍ଦିର ପ୍ରାଙ୍ଗଣରେ ଆଖପାଖ ଅଞ୍ଚଳର ନେତୃବୃନ୍ଦ ଓ ଗ୍ରାମବାସିଙ୍କ ଉପସ୍ଥିତିରେ ପ୍ରସ୍ତିତି ବୈଠକ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନ କରାଯିବା ଓ ସମସ୍ତ ଭକ୍ତବୃନ୍ଦଙ୍କୁ ନିମନ୍ତ୍ରଣ କରାଯିବ ସେସମ୍ପର୍କରେ ଆଲୋଚନା କରାଯାଇଥିଲା l