ଜୁନାଗଡ: ଡୁଡକେଲ ରେ ୧୮ ତମ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଯାତ୍ରା ସହ ଅଧିବାସ
ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ମାନଝରି ଗ୍ରାମପଞ୍ଚାୟତ ଅଧୀନ ଡୁଡୁକେଲ ଗ୍ରାମରେ ମାଁ ମହାଲକ୍ଷ୍ମୀଙ୍କ ପୂଜା ଉପଲକ୍ଷେ କଳସ ଯାତ୍ରା ଏବଂ ଅଧିବାସ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଶତାଧିକ ମହିଳା, ଯୁବତୀ ମୁଣ୍ଡରେ କଳସି ବୋହି ନିକଟସ୍ଥ ଜଳାଶୟ ରୁ ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ।