ଗଂଜାମ ଜିଲ୍ଲା ଭଂଜନଗର ସହରର ବାଉଶଁଲୁଣ୍ଡି ପାଟଖଣ୍ଡା ମନ୍ଦିର ଠାରେ ଘୁମୁସର ପେଣ୍ଠ ଖଡୁରା ସମାଜର ମାସିକ ସଂକ୍ରାନ୍ତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପସଭାପତି ଦଣ୍ଡପାଣି ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସଂଯୋଜକ ନରସିଂହ ନାୟକ ଯୋଗ ଦେଇଥିଲେ । ମୁଖ୍ୟ ଅତିଥିଙ୍କୁ ସଭାପତି ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରିବା ସହ ସ୍ୱାଗତ କରିଥିଲେ । ପରେ ପରେ ସମ୍ପାଦକ ସୁରେନ୍ଦ୍ର ବେହେରା ପୂର୍ବ ବୈଠକରେ ବିବରଣୀ ପାଠ କରି ଅନୁମୋଦନ କରାଇଥିଲେ । ଏହି ବୈଠକ ଅ।ଜି ଦିନ 11 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିଲା ।