ପବିତ୍ର ବାହୁଡା ଯାତ୍ରା ଭବାନୀପାଟଣା ରେ ମହା ସମାରୋହରେ ପାଳିତ ହୋଇଯାଇଛି । ଆଜି ଜଗତର ନାଥ ପ୍ରଭୂ ଶ୍ରୀ ଜଗନ୍ନାଥ ନିଜ ଭାଇ ଭଉଣୀଙ୍କ ସହିତ ତାଙ୍କର ଜନ୍ମ ବେଦୀରୁ ରତ୍ନବେଦୀକୁ ବିଜେ କରିଛନ୍ତି । ଠାକୁର ମାନଙ୍କର ବିଗ୍ରହ ରଥରେ ବିଜେ ପରେ ଭକ୍ତମାନଙ୍କ ଦ୍ବାରା ଘଣ୍ଟ, ଘଣ୍ଟା, ଝାଳି, ମୃଦଙ୍ଗର ତାଳେ ତାଳେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଠାକୁର ମାନଙ୍କୁ ପୁଣିଥରେ ରଥରେ ବସାଇ ନିଜ ମନ୍ଦିରକୁ ବାହୁଡେଇ ଆଣିଥିଲେ ଭକ୍ତ ମାନେ। ବର୍ଷରେ ଥରେ ପାଳନ ହେଉଥିବା ଶ୍ରୀଜଗନ୍ନାଥଙ୍କ ଏହି ରଥଯାତ୍ରାକୁ ଭକ୍ତମାନେ ମାନେ ହୃଦୟର ସହିତ ପାଳନ କରୁଥିବାର ଦେଖିବାକୁ ମିଳିଥିଲା । ଏଥିପାଇଁ