ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ପ୍ରଚେଷ୍ଟା ଯୋଗୁଁ ପୁଣି ଜଣେ ନିଖୋଜ ମହିଳା ନିଜ ପରିବାର ସହ ପୁନଃମିଳିତ ହୋଇଛନ୍ତି। ବିହାର ସୀତାମାଢ଼ି ଜିଲ୍ଲାର ଫୁଲନ ଖାତୁନଙ୍କୁ ଆଜି ଦିନ ତିନିଟା ସମୟରେ ଝାରସୁଗୁଡା ଜିଲ୍ଲାପାଳଙ୍କ ଉପସ୍ଥିତିରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ତେବେ ଗତ ୨୦୨୩ ମସିହାରୁ ଫୁଲନ ଖାତୁନଙ୍କୁ ଠେଲକୋଲୋଇ ପୋଲିସ ଦ୍ୱାରା ଅସହାୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ଜିଲ୍ଲା ପ୍ରଶାସନର ସହାୟତାରେ 'ଦି ପିପୁଲ୍ସ ଫୋରମ୍' ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ