ମାନସିକ ଅନଗ୍ରସର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୪୩ ବର୍ଷର ଜନୈକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ଦେବଗଡ ଜିଲ୍ଲା ଲଇମୁରା ଥାନା ଅଂଚଳରେ ଏଭଳି ଏକ ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । ସୂଚନା ଅନୁଯାୟୀ ଲଇମୁରା ଥାନା ଅନ୍ତର୍ଗତ ନିର୍ଦ୍ଦିଷ୍ଟ ଏକ ଗ୍ରାମର ଜଣେ ୧୪ ବର୍ଷର ମାନସିକ ଅନଗ୍ରସର ନାବାଳିକା ଅନ୍ୟ ଜଣେ ନାବାଳିକାଙ୍କ ସହିତ ଗାଁ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇଥିଲେ । ସେହି ସମୟରେ ସାହାଜବାହାଲ ଗ୍ରାମର ଅଭିରାମ ବୁଡ (୪୩) ଉକ୍ତ ନାଳକୁ ଗୋଧୋଇବାକୁ ଆସିଥିଲେ ।