ବଲାଙ୍ଗୀର: ଷ୍ଟେସନପଡାରେ ସର୍ପ ଦଂଶନରେ ଗୁରୁତର ହେଲେ ଜଣେ ମହିଳା ଭୀମ ଭୋଇ ମେଡିକାଲରେ ଭର୍ତ୍ତି
ବଲାଙ୍ଗୀର ଷ୍ଟେସନପଡାରେ ସର୍ପ ଦଂଶନରେ ଗୁରୁତର ହେଲେ ଜଣେ ମହିଳା ଭୀମ ଭୋଇ ମେଡିକାଲରେ ଭର୍ତ୍ତି ଆଜି ରାତି ପ୍ରାୟ ୮ଟା ସମୟ ରେ ବଲାଙ୍ଗୀର ଷ୍ଟେସନପଡା ଅଞ୍ଚଳର ଅଞ୍ଜଳି କିସାନ ନାମକ ଜଣେ ମହିଳା ସର୍ପ ଦଂଶନରେ ଗୁରୁତର ହୋଇ ପଡିଛନ୍ତି। ଆଜି ରାତିରେ ଘଟିଥିବା ଏହି ଘଟଣାରେ, ସର୍ପ ଙ୍କ ଦଂଶନ ପରେ ସ୍ଥାନୀୟ ଲୋକ ତୁରନ୍ତ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ତାଙ୍କ ଅବସ୍ଥା ଗୁରୁତର ଦେଖି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ରେଫର କରିଦେଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟମାନେ ଭୟଭୀତ ହୋଇଛନ୍ତି