କରଞ୍ଜିଆ ବ୍ଲକ ଅନ୍ତର୍ଗତ କାଦଡିହା ଟାଙ୍ଗୁରୁସାହି ନିକଟରେ ଆଜି ଏକ ପିକଅପ୍ ଭାରସାମ୍ୟ ହରାଇ ରାସ୍ତା କଡ ବିଲରେ ପାଲଟି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗ୍ରାମବାସୀଙ୍କ ପକ୍ଷରୁ ସକାଳ ୧୦ ଘଟିକା ସମୟରେ ସୂଚନା ମିଳିଛି। ପ୍ରାପ୍ତ ସୂଚନା ମୁତାବକ ପିକଅପ୍ ଟି କରଞ୍ଜିଆ ପଟୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିରେ ଡ୍ରାଇଭର ଏକା ଥିବାବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗ୍ରାମବାସୀଙ୍କ ନିକଟରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।