କୁତ୍ରା ବ୍ଲକ ଅନ୍ତର୍ଗତ କୁତ୍ରା ପି ଏମ ଶ୍ରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ପରିସର ରେ ଆଜି ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅସ୍ଥି ଶଲ୍ୟ ବାଧିତ ୬୪, ମାନସିକ ଅନାଗ୍ରସର ମସ୍ତିସ୍କ ବିକୃତ ୧୨, ଶ୍ରବଣ ବାଧିତ ୧୭,ଶିଶୁ ବିଶେଷଜ୍ଞ ୦୨ ଓ ଦୃଷ୍ଟି ବାଧିତ ୧୧ ଜଣ ହିତାଧିକାରୀ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଥିଲେ। ଏଥିରେ ବିଶେଷଜ୍ଞ ଡାକ୍ତର ମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିରେ କୁତ୍ରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ଲାକ୍ରା ଙ୍କ ସମେତ ଗୋଷ୍ଠି ଉନ୍ନୟନ ଅଧିକାରୀ ଗୋପୀନାଥ ଖାଖା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।